28 june 2020


ଅଭିଭାବକଙ୍କ ପାଇଁ ସ୍ବର ଉଠାଇଲା ଓପାଫ (ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ ଆସୋସିଏସନ ଫୋରମ )

----ନ୍ୟାୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ

ଭୁବନେଶ୍ୱର ତା 27 ଜୁନ 2020 ଓପାଫ ସମେତ ଭାରତ ର ଆଠ ଟି ରାଜ୍ୟ ର ଅଭିଭାବକ ସଂଘ ମାନେ ମିଳିତ ଭାବରେ ଫି ସଂକ୍ରାନ୍ତୀୟ ପ୍ରସଙ୍ଗ କୁ ନେଇ ସୁପ୍ରିମ କୋର୍ଟ ରେ ପିଟିସନ ଫାଇଲି କରିଛନ୍ତି।ଲାକଡାଉନ ସମୟ ରେ ଅଭିଭାବଙ୍କ ହେଉଥିବା ଅସୁବିଧା ଏବଂ ପିଲାଙ୍କ ସୁରକ୍ଷା କୁ ଆଖି ଆଗରେ ରଖି ସାରା ଦେଶ ରେ ବେସରକାରୀ ବିଦ୍ୟାଳୟ ମାନଙ୍କର ମନମୁଖୀ ବ୍ୟବହାର ଓ ଦୋରାତ୍ମ ବିରୁଧ୍ୟରେ ଅଭିଭାବଙ୍କ ସ୍ୱର ଉଠୁଥିବା ବେଳେ ଓଡିଶା ମଧ୍ୟ ଏଥିରୁ ବାଦ ପଡିନି।
ବେସରକାରୀ ବିଦ୍ୟାଳୟ ମାନଙ୍କ ବ୍ୟବହାର ଓ ରାଜ୍ୟ ସରକାର ଙ୍କ ପ୍ରଥମେ ଅନୁରୋଧ ଓ ପରେ ଓଡିଶାର ଉଚ୍ଚ ନ୍ୟାୟାଳୟ ରେ ସତ୍ୟପାଠ (ବେସରକାରୀ ବିଦ୍ୟାଳୟରେ ପଢ଼ାଉଥିବା ଅଭିଭାବକ ଆର୍ଥିକ ସ୍ଥର ରେ ସକ୍ଷମ)କୁ ଆଖି ଆଗରେ ରଖି ନିଜର ଅସନ୍ତୁଷ୍ଟତା କୁ ପରିପ୍ରକାଶ କରି ଓଡିଶା ସମେତ ଆଠ ଟି ରାଜ୍ୟ ର ଅଭିଭାବକ ସଂଘ ଦେଶ ର ସର୍ବୋଚ୍ଚ ନ୍ୟାୟାଳୟ ରେ ରିଟ ପିଟିସନ ସଂଖ୍ୟା 13366/2020ରେ ମାମଲା ଦାୟର କରିଛନ୍ତି।
ବେସରକାରୀ ବିଦ୍ୟାଳୟର ଫି କୁ ନେଇ ଉତ୍ପୀଡନ ର ଶିକାର ହେଉଥିବା ଅଭିଭାବକ ଏବଂ ବର୍ତ୍ତମାନ କୋଭିଡ 19 କୁ ଆଖି ଆଗରେ ରଖି ଦେଶ ର ସର୍ବୋଚ୍ଚ ଅଦାଲତ କୁ ଯିବା ଛଡା ସେମାନଙ୍କର ଅନ୍ୟ ଗତି ନ ଥିଲା ବୋଲି ଓପାଫ ର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।ଏଥିରେ ମୁଖ୍ୟ ପାର୍ଥନା ଗୁଡିକ ହେଲା,
1-ସର୍ବନିମ୍ନ 3 ମାସ କିମ୍ବା ଶ୍ରେଣୀଗୃହ ପଢା ଆରମ୍ଭ ହେଲା ପର୍ଯ୍ୟନ୍ତ ସ୍କୁଲ ଫି ତଥା ଅନ୍ୟାନ୍ୟ ଫି ଛାଡ଼ କରାଯାଉ।
2-ଯେତେଦିନ ପର୍ଯ୍ୟନ୍ତ କୋଭିଡ19 ର ପ୍ରତିଷେଧକ ଉପାୟ ନ ବାହାରିଛି,ସେତେବେଳେ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖାଯାଉ।
3-ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା sop ଜାରି ନ ହେବା ପର୍ଯ୍ୟନ୍ତ ଅନଲାଇନ କ୍ଲାସ ବନ୍ଦ ରଖାଯାଉ।
4-ଯେତେବେଳ ପର୍ଯ୍ୟନ୍ତ ମାନ୍ୟବର କୋର୍ଟ ନିଜର ଚୂଡାନ୍ତ ରାୟ ନ ଶୁଣାଇଛନ୍ତି,ସେତେଦିନ ପର୍ଯ୍ୟନ୍ତ ପିଲାମାନଙ୍କୁ ବିଭିନ୍ନ ଆଳ ରେ ସ୍କୁଲ ରୁ ବାହାର କରା ନ ଯାଉ।
ଓଡିଶା ନ୍ୟାୟଳୟ ଙ୍କ ବିଳମ୍ବ ନ୍ୟାୟ ଓ ଅନ୍ୟ ରାଜ୍ୟରେ ହାଇକୋର୍ଟ ଙ୍କ ରାୟ ରେ ଆଘାତ ପାଇ ଆଠଟି ରାଜ୍ୟ ର ଅଭିଭାବକ ସଂଘ ସୁପ୍ରିମକୋର୍ଟ ରେ ଶରଣ ନେଇ ନ୍ୟାୟ ଭିକ୍ଷା କରିଥିବାରୁ ଏବେ ସମସ୍ତ ଙ୍କ ନଜର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରେ ରହିଛି।

30 may 2020


'Bande Utkal Janani' to honour true corona warriors

ଶିକ୍ଷା-ବ୍ୟବସାୟୀଙ୍କୁ ସରକାରଙ୍କ ସମର୍ଥନ ବିରୁଦ୍ଧରେ ଓପାଫ ର ପ୍ରତିବାଦ ଏବଂ ପ୍ରକୃତ ସ୍ଵେଚ୍ଛାକୃତ କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନ ଉଦଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ